BSE Odisha Class 6 Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

 

BSE Odisha Class 6 Science Solutions

Chapter 2 

ଖାଦ୍ୟର ଶ୍ରେଣୀ ବିଭାଗ

1.ଦିଆଯାଇଥ‌ିବା ଖାଦ୍ୟ ତାଲିକାରୁ କେଉଁଟି କେଉଁ ଶ୍ରେଣୀର ଖାଦ୍ୟ ଚିହ୍ନଟ କରି ସଂପୃକ୍ତ କୋଠରିରେ ଲେଖ ।

2.କେଉଁଗୁଡ଼ିକ ଠିକ୍, (✓) ଚିହ୍ନ ଦେଇ ଦର୍ଶାଅ ।
(କ) ସୂର୍ଯ୍ୟ କିରଣରେ ଭିଟାମିନ୍ ‘D’ ଥାଏ ।
(ଖ) ଅଁଳାରେ ଭିଟାମିନ୍ ‘C’ ଥାଏ ।
(ଗ) ଶୁଖୁଆରେ ଅଧିକ ସ୍ନେହସାର ରହିଛି ।
(ଘ) ସୁଷମ ଖାଦ୍ୟ ଶରୀରର ଆବଶ୍ୟକତା ପୂରଣ କରେ ।
(ଙ) ରକ୍ତହୀନତା ହୋଇଥିଲେ ସମୁଦ୍ର ମାଛ ଖାଇବା ଉଚିତ ।
(ଚ) ଭିଟାମିନ୍ ‘K’ ସଜନା ଛୁଇଁରେ ମିଳେ ନାହିଁ ।
(ଛ) ଅନ୍ଧାରକଣା ଭୋଗୁଥିବା ବ୍ୟକ୍ତି ଗାଜର ଖାଇବା ଅନୁଚିତ ।
(ଜ) କ୍ଷୀରରେ ସମସ୍ତ ପ୍ରକାର ଭିଟାମିନ୍ ଥାଏ ।
ଉ –
(କ) ସୂର୍ଯ୍ୟ କିରଣରେ ଭିଟାମିନ୍ ‘D’ ଥାଏ । (✓)
(ଖ) ଅଁଳାରେ ଭିଟାମିନ୍ ‘C’ ଥାଏ । (✓)
(ଗ) ଶୁଖୁଆରେ ଅଧିକ ସ୍ନେହସାର ରହିଛି । (✗)
(ଘ) ସୁଷମ ଖାଦ୍ୟ ଶରୀରର ଆବଶ୍ୟକତା ପୂରଣ କରେ । (✓)
(ଙ) ରକ୍ତହୀନତା ହୋଇଥିଲେ ସମୁଦ୍ର ମାଛ ଖାଇବା ଉଚିତ । (✓)
(ଚ) ଭିଟାମିନ୍ ‘K’ ସଜନା ଛୁଇଁରେ ମିଳେ ନାହିଁ । (✓)
(ଛ) ଅନ୍ଧାରକଣା ଭୋଗୁଥିବା ବ୍ୟକ୍ତି ଗାଜର ଖାଇବା ଅନୁଚିତ । (✓)
(ଜ) କ୍ଷୀରରେ ସମସ୍ତ ପ୍ରକାର ଭିଟାମିନ୍ ଥାଏ । (✓)

3.ଦୁଇଟି ବା ତିନୋଟି ବାକ୍ୟରେ କାରଣ ଲେଖ ।
(କ) ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ରହିବା ଆବଶ୍ୟକ ।
ଉ –

  • ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ନ ରହିଲେ ଝାଡ଼ା ପରିଷ୍କାର ହୁଏ ନାହିଁ । ଖାଦ୍ୟନଳୀରୁ ମଳ ବାହାର କରିବାରେ
  • ପେଟରୁ ମଳ ଭଲ ଭାବରେ ବାହାରି ନଗଲେ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ । ତେଣୁ ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ରହିବା ଆବଶ୍ୟକ ।

(ଖ) ଆମିଷ ଖାଉ ନଥିବା ପିଲା ଅଧ୍ଵ ପରିମାଣର କ୍ଷୀର, ଡାଲି, ବାଦାମ ଖାଇବା ଆବଶ୍ୟକ ।
ଉ –

  • ମାଛ, ମାଂସ ଓ ଅଣ୍ଡାରେ ପୁଷ୍ଟିସାର ଅଧିକ ପରିମାଣରେ ଥାଏ ।
  • ଆମିଷ ଖାଉ ନଥିବା ପିଲା ମାଛ, ମାଂସ ଓ ଅଣ୍ଡାରେ ଥିବା ପୁଷ୍ଟିସାର କ୍ଷୀର, ଡାଲି, ବାଦାମରୁ ପାଇଥାଏ । ପିଲାମାନଙ୍କ ଶରୀର ବୃଦ୍ଧି ନିମିତ୍ତ ଆମିଷ ଖାଉ ନଥୁବା ପିଲା ଅଧ୍ଵ ପରିମାଣରେ କ୍ଷୀର, ଡାଲି, ବାଦାମ. ଖାଇବା ଆବଶ୍ୟକ ।

(ଗ) ଚକ୍ରଧରକୁ ଅନ୍ଧାରରେ ଦେଖାଯାଉ ନାହିଁ ।
ଉ –

  • ଚକ୍ରଧରକୁ ଭିଟାମିନ୍ – ‘A’ ଅଭାବରୁ ଅନ୍ଧାରକଣା ରୋଗ ହୋଇଛି ।
  • ତେଣୁ ଚକ୍ରଧରକୁ ଅନ୍ଧାରରେ ଦେଖାଯାଉ ନାହିଁ ।

(ଘ) ପିଲାମାନଙ୍କର ପୁଷ୍ଟିସାର ଜାତୀୟ ଖାଦ୍ୟର ଆବଶ୍ୟକତା ବେଶୀ ।
ଉ –

  • ପୁଷ୍ଟିସାର ଜାତୀୟ ଖାଦ୍ୟ ପିଲାମାନଙ୍କର ଶରୀର ବୃଦ୍ଧିରେ ସାହାଯ୍ୟ କରେ ।
  • ପୁଷ୍ଟିସାର ଜାତୀୟ ଖାଦ୍ୟଗୁଡ଼ିକ ହେଉଛି ମାଛ, ମାଂସ, ଅଣ୍ଡା, ଡାଲି, ଛତୁ, ସୋୟାବିନ୍ ଇତ୍ୟାଦି ।

(ଙ) ପାହାଡ଼ିଆ ଅଞ୍ଚଳର ଲୋକମାନଙ୍କର ଗଳଗଣ୍ଡ ରୋଗ ହେବାର ସମ୍ଭାବନା ଅଧିକ ।
ଉ –

  • ପାହାଡ଼ିଆ ଅଞ୍ଚଳରେ ହେଉଥ‌ିବା ଖାଦ୍ୟ ପଦାର୍ଥରେ ଆୟୋଡ଼ିନ୍‌ର ଅଭାବ ଥାଏ ।
  • ରକ୍ତରେ ଆୟୋଡ଼ିନ ଅଭାବଯୋଗୁଁ ଗଳଗଣ୍ଡ ରୋଗ ହୁଏ । ତେଣୁ ପାହାଡ଼ିଆ ଅଞ୍ଚଳର ଲୋକମାନଙ୍କର ଗଳଗଣ୍ଡ ରୋଗ ହେବାର ସମ୍ଭାବନା ଥାଏ ।

4.ତଳେ ଦିଆଯାଇଥ‌ିବା ପ୍ରତ୍ୟେକ ପୋଷକ ପାଇଁ ଦୁଇଟି ଖାଦ୍ୟ ପଦାର୍ଥର ନାମ ଲେଖ ।
(କ) ପୁଷ୍ଟିସାର – ……………….. – …………………..
(ଖ) ଭିଟାମିନ୍ C. – ……………….. – ………………
(ଗ) ଖଣିଜ ଲବଣ – ……………….. – …………………..
ଉ –
(କ) ଡାଲି, ମାଛ
(ଖ) କମଳା, ପିଜୁଳି
(ଗ) ଚୂନାମାଛ, ସଜନା ଛୁଇଁ

5.ଶାଗରେ କେଉଁଟି ନଥାଏ ?
(କ) ଖଣିଜ ଲବଣ (ଖ) ତନ୍ତୁ (ଗ) ଭିଟାମିନ୍ (ଘ) ସ୍ନେହସାର

ଉ –
(ଘ) ସ୍ନେହସାର

6.ଯଦି ସବୁ ଗାଈ ଓ ମଇଁଷି ଲୋପପାଇଯାଆନ୍ତି; ତାହାହେଲେ କ୍ଷୀର, ଦହି, ଘିଅ, ଛେନା ବ୍ୟତୀତ ଆଉ ଯେଉଁସବୁ ଖାଦ୍ୟ ପଦାର୍ଥ ମିଳିବ ନାହିଁ, ସେହି ମଧ୍ୟରୁ ଦୁଇଟିର ନାମ ଲେଖ ।
ଉ –
ଲହୁଣି, ରାବିଡ଼ି

 7.ଗୋଟିଏ ବଦ୍ଧିଷ୍ଣୁ ଶିଶୁର ଓ ଜଣେ ବୃଦ୍ଧର ଖାଦ୍ୟର ଆବଶ୍ୟକତା ମଧ୍ୟରେ ଥ‌ିବା ପାର୍ଥକ୍ୟ ଯୁକ୍ତି ସହ ସଂକ୍ଷେପରେ ଲେଖ ।
ଉ –



Post a Comment

0 Comments