BSE Odisha Class 6 Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

 

BSE Odisha Class 6 Science Solutions 

Chapter 3 

ଖାଦ୍ୟ ପଦାର୍ଥର ପରିଷ୍କରଣ

1.କିପରି ପୃଥକ୍/ ପରିଷ୍କାର କରିବା ?
(କ) ହରଡ଼ ଡାଲିରେ ସୁଜି ମିଶି ଯାଇଥିଲେ
(ଖ) ଚାଉଳରେ କୁଣ୍ଡା ଥିଲେ
(ଗ) ଅଟାରେ ଚୋକଡ଼ ଥିଲେ
(ଘ) ଉଖୁଡ଼ାରେ ଧାନ ଚୋପା ଲାଗିଥିଲେ
(ଙ) ଗୋଲମରିଚ ସହିତ ପାଚିଲା ଅମୃତଭଣ୍ଡା ମଞ୍ଜି ମିଶିଥିଲେ

ଉ –
(କ) ହରଡ଼ ଡାଲିରେ ସୁଜି ମିଶିଯାଇଥିଲେ, ଏହାକୁ ଏକ ଚାଲୁଣିରେ ଚଲାଇଦେଲେ ଚାଲୁଣିରେ ଥିବା କଣାରେ ସୁଜିଗୁଡ଼ିକ ତଳକୁ ଗଳିପଡ଼ିବ । ଚାଲୁଣିରେ ହରଡ଼ ଡ଼ାଲି ରହିଯିବ ।
(ଖ) ଚାଉଳରେ କୁଣ୍ଡା ଥିଲେ, ଏହାକୁ କୁଲା ସାହାଯ୍ୟରେ ପାଛୁଡ଼ିଦେଲେ ଏଥ‌ିରେ ରହିଥ‌ିବା କୁଣ୍ଡା ଅଲଗା ହୋଇଯିବ । ଅନ୍ୟ ଏକ ଉପାୟରେ ଚାଉଳକୁ କୁଲାରେ ଧରି ଉପରୁ ତଳକୁ ଧୀରେ ଧୀରେ ଢାଳିଲେ ପବନ ଦ୍ଵାରା ହାଲୁକା କୁଣ୍ଡା ଚାଉଳଠାରୁ ଅଲଗା ହୋଇଯିବ ।
(ଗ) ଅଟାରେ ଚୋକଡ଼ ଥିଲେ, ଏହାକୁ ଅଟାଚଲା ଚାଲୁଣିରେ ଚଲାଇଦେଲେ ଚାଲୁଣିର କଣାରେ ଅଟା ତଳକୁ ଗଳିପଡ଼ିବ । ଚାଲୁଣିରେ ଚୋକଡ଼ ରହିଯିବ ।
(ଘ) ଉଖୁଡ଼ାରେ ଧାନ ଚୋପା ଲାଗିଥିଲେ, ଏହାକୁ ଖଇଚଲା ଚାଲୁଣିରେ ଚଲାଇଦେଲେ ଚାଲୁଣିର କଣାରେ ଧାନ ଚୋପା ଗଳିପଡ଼ିବ ଓ ଚାଲୁଣିରେ ଉଖୁଡ଼ା ରହିଯିବ ।
(ଙ) ଗୋଲମରିଚ ସହିତ ମିଶିଯାଇଥିବା ଅମୃତଭଣ୍ଡା ମଞ୍ଜି ନେଇ ସେଥୁରେ ଜଳ ମିଶାଅ । ଅମୃତଭଣ୍ଡା ମଞ୍ଜି ଜଳରେ ଭାସିବ ଏବଂ ଗୋଲମରିଚ ଜଳରେ ବୁଡ଼ିଯିବ । ଧୀରେ ଧୀରେ ଉପର ଜଳକୁ ଅନ୍ୟ ଏକ ପାତ୍ରକୁ ଢାଳି ଅମୃତଭଣ୍ଡା

 2.ପାର୍ଥକ୍ୟ ଲେଖ ।

(କ) ପାଛୁଡ଼ିବା ଓ ଉଡ଼ାଇବା


(ଖ) ଧାନ ବାଡେଇବା ଓ ବେଙ୍ଗଳା ପକାଇବା


(ଗ) ଅବକ୍ଷେପଣ ଓ ପରିସ୍ରବଣ


 3.କେଉଁ ପ୍ରଣାଳୀ ପାଇଁ ଆବଶ୍ୟକ ?
(କ) କୁଲା
(ଖ) ଚାଲୁଣି
(ଗ) ଫିଲ୍‌ଟର୍ ପେପର୍

ଉ –
(କ) କୁଲା – ପାଛୁଡ଼ିବା ଓ ଉଡ଼େଇବା ପ୍ରଣାଳୀ ପାଇଁ କୁଲା ଆବଶ୍ୟକ ।
(ଖ) ଚାଲୁଣି – ଚଲେଇବା ପ୍ରଣାଳୀ ପାଇଁ ଚାଲୁଣି ଆବଶ୍ୟକ ।
(ଗ) ଫିଲ୍‌ଟର୍ ପେପର୍ – ପରିସ୍ରବଣ ପ୍ରଣାଳୀ ପାଇଁ ଫିଲ୍‌ଟର୍ ପେପର୍ ଆବଶ୍ୟକ ।

 4.କାରଣ କ’ଣ ?
(କ) କୁଣ୍ଡାମିଶା ଚାଉଳକୁ ପାଛୁଡ଼ି ପରିଷ୍କାର କରାଯାଏ ।

ପାଛୁଡ଼ିବା ପ୍ରଣାଳୀରେ ହାଲୁକା ପଦାର୍ଥ ଓଜନିଆ ପଦାର୍ଥଠାରୁ ଅଲଗା ହୋଇଥାଏ । କୁଣ୍ଡାମିଶା ଚାଉଳକୁ କୁଲା ସାହାଯ୍ୟରେ ପାଛୁଡ଼ିଦେଲେ ସେଥୁରୁ ହାଲୁକା କୁଣ୍ଡା ଅଲଗା ହୋଇ ପରିଷ୍କାର ଚାଉଳ ମିଳେ ।

(ଖ) ରାନ୍ଧିବା ପୂର୍ବରୁ ଚାଉଳକୁ ଭଲ ଭାବରେ ଧୁଆଯାଏ ।

ଚାଉଳକୁ ପାତ୍ରରେ ପୂରାଇ ଧୋଇଲେ ସେଥ‌ିରେ ଥିବା ହାଲୁକା କୁଣ୍ଡା ଜଳରେ ଭାସିବ ଓ ଚାଉଳ ପାତ୍ରରେ ବସିଯିବ । ଧୀରେ ଧୀରେ ଉପର ଜଳ ସହିତ କୁଣ୍ଡାକୁ ବାହାର କରିଦେଲେ ପରିଷ୍କାର ଚାଉଳ ମିଳିବ । ତେଣୁ ରାନ୍ଧିବା ପୂର୍ବରୁ ଚାଉଳକୁ ଭଲ ଭାବରେ ଧୁଆଯାଏ ।
(ଗ) ବେସନ ଓ ମଇଦାର ମିଶ୍ରଣକୁ ଚାଲୁଣିଦ୍ଵାରା ପୃଥକ୍ କରାଯାଇପାରିବ ନାହିଁ ।

 ବେସନ ଓ ମଇଦାକୁ ଚାଲୁଣିରେ ରଖ୍ ଚଲାଇଦେଲେ ଉଭୟର ଆକାର ସମାନ ହୋଇଥିବାରୁ ଉଭୟ ଚାଲୁଣିର କଣାରେ ତଳକୁ ଗଳିପଡ଼ିବେ । ତେଣୁ ବେସନ ଓ ମଇଦାର ମିଶ୍ରଣକୁ ଚାଲୁଣିଦ୍ଵାରା ପୃଥକ୍ କରାଯାଇପାରିବ ନାହିଁ ।
(ଘ) ସୋରିଷକୁ ପରିସ୍ରବଣ ପ୍ରଣାଳୀରେ ପରିସ୍କାର କରାଯାଇପାରେ ନାହିଁ ।

ଉ –
 ପରିସ୍ରବଣ ପ୍ରଣାଳୀ ଦ୍ବାରା ତରଳ ପଦାର୍ଥରେ ରହିଥ‌ିବା ଅଦ୍ରବଣୀୟ କଠିନ ପଦାର୍ଥକୁ ତରଳ ପଦାର୍ଥରୁ ପୃଥକ୍ କରାଯାଇଥାଏ । ସୋରିଷରେ ଅଦ୍ରବଣୀୟ ହାଲୁକା କାଠି କୁଟା ମିଶିଥିବାରୁ ଏହାକୁ ପରିସ୍ରବଣ ପ୍ରଣାଳୀରେ ପରିଷ୍କାର କରାଯାଇପାରିବ ନାହିଁ ।

 5.ଗୋଟା ବିରି, ସୋରିଷ ଓ ବୁଟ ମିଶିଯାଇଛି, କିପରି ପୃଥକ୍ କରିବ ?
ଉ –
(i) ଗୋଟା ବିରି, ସୋରିଷ ଓ ବୁଟ ମିଶିଯାଇଥଲେ, ପ୍ରଥମେ ହାତରେ ବାଛି ବୁଟଗୁଡ଼ିକୁ ଅଲଗା କରାଯାଇଥାଏ ।
(ii) ଏହାପରେ ଏକ ଚାଲୁଣିରେ ଗୋଟା ବିରି ଓ ସୋରିଷକୁ ନେଇ ଚଲାଇଲେ ଚାଲୁଣିର କଣାରେ ସୋରିଷ ତଳକୁ ଗଳିପଡ଼ିବ ଏବଂ ଚାଲୁଣିରେ ବିରି ରହିଯିବ ।


Post a Comment

0 Comments