CLASS 6 ODIA CHSE GEOGRAPHY BOOKS WITH ANSWAR PDF

 


ପ୍ରଥମ ଅଧ୍ୟାୟ 
ପୃଥିବୀ ଓ ସୌର ଜଗତ 

୧. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ବାକ୍ୟରେ ଦିଅ।

କ) ସୌର ଜଗତ କହିଲେ କ’ଣ ବୁଝ ?

ଉ : ଆମ ପରିବାର ପରି ସୂର୍ଯ୍ୟଙ୍କର ମଧ୍ଯ ଗୋଟିଏ ପରିବାର ଅଛି । ଏଥରେ ଆଠଟି
ଗ୍ରହ, ତିନୋଟି ବାମନ ଗ୍ରହ, ଅନେକ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅସଂଖ୍ୟ ଉଲକା ଓ
ଧୂମକେତୁ ଇତ୍ୟାଦି ସଦସ୍ୟ ଭାବରେ ରହିଛନ୍ତି । ଏହାକୁ ସୌର ଜଗତ କୁହାଯାଏ ।




ଖ) ଦୂରତା କ୍ରମରେ ସୌର ଜଗତ ଗ୍ରହଗୁଡ଼ିକର ନାମ ଲେଖ।
   
ଉ : ଆମ ସୌର ଜଗତରେ ସମୁଦାୟ ଆଠଟି ଗ୍ରହ ଅଛନ୍ତି ଏବଂ ଦୂରତା ଅନୁସାରେ ଗ୍ରହଗୁଡିକ ନାମ ହେଉଛି   ବୁଧ , ଶୁକ୍ର , ପୃଥିବୀ ,ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଏବଂ ନେପଚୁନ୍


ଗ) ପୃଥ‌ିବୀକୁ କାହିଁକି ଅଦ୍ବିତୀୟ ଗ୍ରହ କୁହାଯାଏ ?

ଉ: ପୃଥିବୀ ପୃଷ୍ଠରେ ଅଧିକ ଗରମ ବା ଥଣ୍ଡା ଅନୁଭୂତ ହୁଏ ନାହିଁ। ଏଥିରେ  ଜଳ, ବାୟୁ ଓ ଅନ୍ୟାନ୍ୟ ଉପାଦାନ ଥିବାରୁ  ଏହି ପୃଷ୍ଠରେ ଜୀବଜଗତର ସୃଷ୍ଟି ହୋଇପାରିଛି ଏବଂ ବିଭିନ୍ନ ପ୍ରକାର ଜୀବଜନ୍ତୁ ଏବଂ ବୃକ୍ଷଲତାଙ୍କ ଆଶ୍ରୟସ୍ଥଳୀ ହୋଇଥିବାରୁ ଏହା ସୌରଜଗତର ଅଦ୍ଵିତୀୟ ଗ୍ରହ ବୋଲି କୁହାଯାଏ 

ଘ) ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ବ ଦେଖୁ କାହିଁକି ?
 
ଉ: ଚନ୍ଦ୍ର ନିଜ ଅକ୍ଷ ଚାରିପଟେ ବୁଲିବା ପାଇଁ ଏବଂ ପୃଥିବୀ  ଚାରିପଟେ ପରିକ୍ରମା କରିବା ପାଇଁ ପ୍ରାୟ
୨୭ ଦିନ ୮ଘଣ୍ଟା ସମୟ ନେଇଥାଏ । ଅର୍ଥାତ୍‌ ଏହାର ଆବର୍ଭନ ଓ ପରିକ୍ରମଣ
ସମୟ ପ୍ରାୟ ସମାନ । ତେଣୁ ଆମେ ସର୍ବଦା ଚନ୍ଦ୍ରର ଗୋଟିଏ ପାର୍ଶ୍ଵ ହିଁ ଦେଖୂଥାଉ 



ଙ) ବିଶ୍ଵବ୍ରହ୍ମାଣ୍ଡ କାହାକୁ ନେଇ ଗଠିତ ?

ଉ: ଅନେକ ଛାୟାପଥ, ନୀହାରିକା ବା ନକ୍ଷତ୍ରପୁଞ୍ଜ, ନକ୍ଷେତ୍ର , ଗ୍ରହ, ଗୃହାଣୁପୁଞ୍ଜ ,ଉପଗ୍ରହ,ଉଲକା
ଧୂମକେତୁ ଇତ୍ୟାଦିକୁ ନେଇ ବିଶ୍ଵବ୍ରହ୍ମାଣ୍ଡ ଗଠିତ 
 
ଚ) ଉପଗ୍ରହ କାହାକୁ କୁହାଯାଏ ?

ଉ: ଯଦି କୌଣସି ବଡ ବସ୍ତୁ ଗୋଟିଏ ବଡ ବସ୍ତୁ ଚାରିପାଖରେ ପରିକ୍ରମଣ କରିଥାଏ ତାହାକୁ ଉପଗ୍ରହ କୁହାଯାଏ  ଚନ୍ଦ୍ର ଗୋଟେ ଉପଗ୍ରହ କାରଣ ଚନ୍ଦ୍ର ପୃଥିବୀ ଚାରିପାଖରେ ପରିକ୍ରମଣ କରୁଛି ଆହୁରି ସୂର୍ଯ୍ୟ ର ଉପଗ୍ରହ ପୃଥିବୀ ମଧ୍ୟ କାରଣ ପୃଥିବୀ ସୂର୍ଯ୍ୟ ଚାରିପାଖରେ ପରିକ୍ରମଣ କରୁଛି । 

ଛ) ସପ୍ତର୍ଷି ମଣ୍ଡଳ ସାହାଯ୍ୟରେ ତୁମେ ଧ୍ରୁବତାରାର ଅବସ୍ଥାନ କିପରି ନିର୍ଣ୍ଣୟ କରିବ ?

ଉ: ସପ୍ତର୍ଷି ମଣ୍ଡଳ ଆକାରରେ ପ୍ରଶ୍ନବାଚୀ ( ?) ଚିହ୍‌ ପରି | ଏଥୁରେ ସାତଟିନକ୍ଷତ୍ର ରହିଛନ୍ତି । ସେମାନେ ହେଲେ କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, |ବଶିଷ୍ଠ ଓ ମରୀଚି । ପୁଲହ ଓ କ୍ରତୁ ନକ୍ଷତ୍ର ଦୁଇଟିକୁ ଏକ କାନ୍ପନିକ ରେଖାରେଯୋଗକରି କ୍ରତୁ ଦିଗରେ ଉତ୍ତରକୁ ବଢ଼ାଇଲେ  ଧ୍ରୁବତାରକା ପାଖରେ ପହଞ୍ଚୁବ। ସେହି ତାରକାଟି ହେଉଛି ଧୁବତାରା। ଏହା ସର୍ବଦା ସେହିଠାରେ ସ୍ଥିର ଭାବେ ରହିଥିବାର ଜଣାପଡ଼େ ।

ଜ) ଚନ୍ଦ୍ର ପୃଷ୍ଠ କେଉଁ କେଉଁ ପଦାର୍ଥରେ ଗଠିତ ?

ଉ: ଚନ୍ଦ୍ରପୃଷ୍ଠ ଅନେକ ଶିଳା, ସୁପ୍ତ ଆଗ୍ନେୟଗିରି, ଗହ୍ର,ପର୍ବତ ଓ ଧୂସର ବର୍ଣ୍ଣର ବିସ୍ତୀର୍ଣ୍ଣ ବାଲୁକାରାଶି ରେ ଗଠିତ  
ଝ) ଗ୍ରହାଣୁପୁଞ୍ଜ କାହାକୁ କୁହାଯାଏ ?

ଉ : ମଙ୍ଗଳ ଗ୍ରହ ଓ ବୃହସ୍ପତି ଗ୍ରହ ମଧ୍ଯରେ ଅସଂଖ୍ୟ ଛୋଟ ଛୋଟ ଉଲକା  ପିଣ୍ଡ ବା ଗ୍ରହାଣୁ ନିର୍ଦ୍ଦିଷ୍ଟ କକ୍ଷ ପଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି । ଏଗୁଡିକୁ ଗ୍ରହାଣୁପୁଞ୍ଜ କୁହାଯାଏ ।


image from byjus 


ଙ) ଛାୟାପଥ କହିଲେ କ’ଣ ବୁଝ ?

ଉ: ଶୀତଦିନେ ଆକାଶରେ ଉତ୍ତର ଦକ୍ଷିଣ ଭାବେ ଧଳା ଦିଶୁଥୁବା ଏକ ବିସ୍ତୃତ ଆଲୋକପଥ ଦେଖାଯାଏ 
ଏହା ଅନେକ ନକ୍ଷତ୍ରପୁଞା ବା ନୀହାରିକାକୁ ନେଇ ଗଠିତ | ଏହାକୁ ଛାୟାପଥ କୁହାଯାଏ  |


 
୨. ଶୂନ୍ୟସ୍ଥାନ ପୂରଣ କର ।

କ) ଉଲକା ଶିଳା ରେ ଗଠିତ |

ଖ) ଆମ ସୌର ଜଗତ ଆକାଶ ଗଙ୍ଗା ଛାୟାପଥରେ ଅବସ୍ଥିତ ।

ଗ) ଦୂରତା ଅନୁସାରେ ବୁଧ ଗ୍ରହ ସୂର୍ଯ୍ୟଙ୍କର ନିକଟତମ ।

ଘ) ପୃଥିବୀର ଗୋଟିଏ  ପ୍ରାକୃତିକ ଉପଗ୍ରହ ରହିଅଛି ।

ଡ) ମହାକାଶ ବିଜ୍ଞାନୀମୀନେ ପ୍ଲୁଟୋ ଗ୍ରହକୁ ସୌରଜଗତରୁ ବାଦ୍‌ ଦେଇଛନ୍ତି

୩. ନିମ୍ନଲିଖ୍ବତ ଉକ୍ତିଗୁଡିକ ମଧ୍ଯରୁ ଠିକ୍‌ ଉନ୍ତି ପାଖରେ ( ) ଚିହ୍ନ ଦିଅ ।

କ) ନମକ୍ଷତ୍ରମାନଙ୍କର ନିଜର ଆଲୋକ ଓ ଉତ୍ତାପ ରହିଅଛି । 
 ଉ: ଠିକ 
ଖ) ଗ୍ରହମାନଙ୍କର କକ୍ଷପଥ ସଂପୂର୍ଣ୍ଣ ବୃତ୍ତାକାର । 
ଉ: ଭୁଲ 
ଗ) ଗ୍ରହମାନେ ସୂର୍ଯ୍ୟ ଚତୁଃପାର୍ଶ୍ଵରେ ପରିକ୍ରମଣ କରିଥାଆନି ।
ଉ: ଠିକ 
ଘ) ୟୁରେନ୍‌ସ ଗ୍ରହର ପରିକ୍ରମଣ ସମୟ ୪୮ ବର୍ଷ |
ଉ: ଭୁଲ 
ଙ) କୃତ୍ରିମ ଉପଗ୍ରହଗ୍ରତିକ ପ୍ରଥବୀ ତଥା ଅନ୍ୟ ଗ୍ରହଗୁଡିକୁ  ପରିକ୍ରମଣ କରନ୍ତି |
ଉ: ଠିକ   

୪. ନିମ୍ନଲିଖୂତ ପ୍ରତ୍ୟେକ ଯୋଡ଼ା ମଧ୍ଯରେ ପାର୍ଥକ୍ୟ ନିରୂପଣ କର ।
 
କ) ଗ୍ରହ ଓ ନକ୍ଷତ୍ର
ଉ:  
ଗ୍ରହ
 (I) ଗ୍ରହ ମାନଙ୍କର ନିଜର ଆଲୋକ ଓ ଉତ୍ତାପ ନଥାଏ  
 (II)  ଏହା ନକ୍ଷତ୍ର ଦ୍ଵାରା ଆଲୋକ ପାଇଥାଏ 
(III) ଗ୍ରହ ସୂର୍ଯ୍ୟ ଚାରିପାଖରେ ପରିକ୍ରମଣ କରିଥାଏ 
ଉଦାହରଣ - ପୃଥିବୀ , ମଙ୍ଗଳ ,ବୁଧ ଇତ୍ୟାଦି 

ନକ୍ଷତ୍ର
 (I)  ନକ୍ଷତ୍ରର ନିଜର ଆଲୋକ ଓ ଉତ୍ତାପ ଥାଏ 
 (II) ଏମାନେ ସୂର୍ଯ୍ୟ ଚାରିପାଖରେ ପରିକ୍ରମଣ କରିନଥାନ୍ତି 
ଉଦାହରଣ - ସୂର୍ଯ୍ୟ , ତାର ଇତ୍ୟାଦି 
   
ଖ) କୃତିମ ଉପଗ୍ରହ ଓ ପ୍ରକୁତିକ ଉପଗ୍ରହ
ଉ:  
କୃତିମ ଉପଗ୍ରହ

କୃତିମ ଉପଗ୍ରହ ମନୁଷ୍ୟ ଦ୍ଵାରା ତିଆରି ହୋଇଥାଏ  
ଉଦାହରଣ - INSAT, IRS

ପ୍ରକୁତିକ ଉପଗ୍ରହ 

ପ୍ରକୁତିକ ଉପଗ୍ରହ କୁ କୌଣସି ମଣିଷ ଦ୍ଵାରା ତିଆରି ହୋଇନଥାଏ ଏହା ପ୍ରକୁତିକ ଅନୁସାରେ ଆପେ ଆପେ ତିଆରି ହୋଇଥାଏ 
ଉଦାହରଣ - ଚନ୍ଦ୍ର 

ଗ ) ନକ୍ଷେତ୍ର ଓ ନିହିରିକା 
ଉ:  
  
ନକ୍ଷେତ୍ର 
(I) ନକ୍ଷେତ୍ର ର ନିଜର ଆଲୋକ ଓ ଉତ୍ତାପ  ଅଛି 
(II) ସୂର୍ଯ୍ୟ ଗୋଟିଏ ନକ୍ଷେତ୍ର 

ନିହିରିକା 
(I) ନକ୍ଷେତ୍ର ପରି ନିଜର ଆଲୋକ ଅଛି 
(II) ସୂର୍ଯ୍ୟ ପରି ବା ଅନେକ ନକ୍ଷେତ୍ରପୁଞ୍ଜରୁ ନିହିରିକା ଗଠିତ 
(III) ଗୋଟିଏ ନିହିରିକା ଦ୍ଵାରା ଅସଂଖ୍ୟ ସୂର୍ୟ ସୃଷ୍ଟି ହୋଇପାରେ 

 


                      THANKS YOU PLEASE VISIT AGAIN





Post a Comment

0 Comments