BSE Odisha 6th Class Geography Solutions Chapter 6(b) ଆଫ୍ରିକା

BSE Odisha 6th Class Geography Solutions


 Chapter 6(b)


 ଆଫ୍ରିକା

(କ) ଆଫ୍ରିକା ମହାଦେଶର ଉତ୍ତର ପଶ୍ଚିମ ଭାଗରେ କେଉଁ ପର୍ବତ ଅବସ୍ଥିତ ?

ଉ :ଆଫ୍ରିକା ମହାଦେଶର ଉତ୍ତର ପଶ୍ଚିମ ଭାଗରେ ଆଟ୍‌ଲାସ ପର୍ବତମାଳା ଅବସ୍ଥିତ।





(ଖ) ଆଫ୍ରିକା ମହାଦେଶରେ ପ୍ରବାହିତ ଦୁଇଟି ନଦୀର ନାମ ଲେଖ।

ଉ : ଆଫ୍ରିକା ମହାଦେଶରେ ପ୍ରବାହିତ ଦୁଇଟି ନଦୀର ନାମ ହେଲା – ନୀଳନଦୀ ଓ ଜାଇରେ (କଙ୍ଗୋ/congo ) ।



(ଗ) ପୃଥ‌ିବୀର ବୃହତ୍ତମ ମରୁଭୂମିର ନାମ କ’ଣ ?
Answer:
ପୃଥ‌ିବୀର ବୃହତ୍ତମ ମରୁଭୂମିର ନାମ ହେଲା ସାହାରା।



(ଘ) କେଉଁମାନେ ଆଫ୍ରିକାର ମୂଳ ଅଧିବାସୀ ?
Answer:
ନିଟ୍ରୋମାନେ ଆଫ୍ରିକାର ମୂଳ ଅଧିବାସୀ।

(ଇ) ପୃଥ‌ିବୀର ଦୀର୍ଘତମ ନଦୀର ନାମ ଲେଖ। ଏହା କେଉଁ ସାଗରରେ ପଡ଼ିଅଛି ?
Answer:
ପୃଥ‌ିବୀର ଦୀର୍ଘତମ ନଦୀର ନାମ ହେଲା ନୀଳନଦୀ। ଏହା ଭୂମଧ୍ୟ ସାଗରରେ ପଡ଼ିଅଛି।



(ଚ) ମରୁଦ୍ୟାନ କେଉଁଠି ଦେଖାଯାଏ ?
Answer:
ମରୁଭୂମିରେ ଯେଉଁଠି ଝରଣା ରହିଥାଏ ସେହିଠାରେ ହିଁ ମରୂଦ୍ୟାନ ଦେଖାଯାଏ।



(ଛ) ପିରାମିଡ୍ କେଉଁ ଦେଶରେ ଦେଖିବାକୁ ମିଳେ ?
Answer:
ମିଶର ଦେଶରେ ପିରାମିଡ୍ ଦେଖିବାକୁ ମିଳେ।



୨। ଆଫ୍ରିକାର ଅଧ୍ୟାବାସୀଙ୍କର ପ୍ରଧାନ ଜୀବିକାଗୁଡ଼ିକ କ’ଣ କ’ଣ ବର୍ଣ୍ଣନା କର।
Answer:
(୧) ନୀଳନଦୀର ଉପତ୍ୟକା ଏବଂ ତା’ର ତ୍ରିକୋଣଭୂମି ଅଞ୍ଚଳରେ ମୁଭିକା ଉର୍ବର ଓ ଜଳସେଚନର ସୁବିଧା ଥ‌ିବା ଯୋଗୁଁ ଲୋକମାନେ କୃଷିକାର୍ଯ୍ୟ ଓ ଗୋପାଳନ କରି ଜୀବିକା ନିର୍ବାହ କରନ୍ତି।
(୨) ଭୂମଧ୍ଯସାଗର ତୀରବର୍ତ୍ତୀ ଅଞ୍ଚଳର ଲୋକେ ଅଙ୍ଗୁର,କମଳାଲେମ୍ବୁ ଇତ୍ୟାଦି ଫଳଚାଷ କରି ଜୀବିକା ନିର୍ବାହ କରନ୍ତି।
(୩) ତୃଣଭୂମିମାନଙ୍କରେ ଗୋରୁ, ମେଷ ଇତ୍ୟାଦି ପଶୁପାଳନ କରାଯାଏ।
(୪) ସୁନା, ହୀରା ଇତ୍ୟାଦି ଖଣି; ରବର, ଫଳ ଆଦି କୃଷି; ଶିଳ୍ପ, ବାଣିଜ୍ୟ, ଗମନାଗମନ ଆଦି କ୍ଷେତ୍ରରେ ଅନେକ ଲୋକ ନିଯୁକ୍ତି ପାଇ ଜୀବିକା ନିର୍ବାହ କରନ୍ତି।

Post a Comment

0 Comments