BSE Odisha 6th Class Maths Solutions Chapter 3 , ଜ୍ୟାମିତିରେ ମୌଳିକ ଧାରଣା Ex 3.2


BSE Odisha Class 6 Maths Solutions

 Chapter 3 

ଜ୍ୟାମିତିରେ ମୌଳିକ ଧାରଣା 

Ex 3.2

1. ଖାତାରେ ତିନୋଟି ବିନ୍ଦୁ ଚିହ୍ନିତ କରି ସେଗୁଡ଼ିକର ନାମ ଦିଅ ।
ସମାଧାନ:
କ•  ଖ •  •ଗ 

 2. ଦୁଇଟି ସରଳରେଖା ଅଙ୍କନ କରି ସେମାନଙ୍କର ନାମ ଦିଅ।
ସମାଧାନ:






କଖ 
 ଓ ଗଘ    ଦୁଇଟି ସରଳରେଖା।

3. ତୁମ ପାଖଆଖରେ ଦେଖୁଥୁବା ତିନୋଟି ସରଳରେଖା, ତିନୋଟି ବକ୍ରତଳ ଓ ତିନୋଟି ସମତଳର ଉଦାହରଣ ଦିଅ ।
ସମାଧାନ:
ସରଳରେଖା – ସ୍କେଲର ଧାର, ଟେବୁଲର ଧାର, ବହିପୃଷ୍ଠାର ଧାର
ବକ୍ରତଳ – କାଚଗୋଲିର ପୃଷ୍ଠ,  ରୁଲବାଡ଼ିର ପୃଷ୍ଠ , କାଲାମ ର ପୃଷ୍ଠ ।
ସମତଳ – କାଗଜ ପୃଷ୍ଠ, ଟେବୁଲର ପୃଷ୍ଠ, ଛାତ

 4.ନିମ୍ନ ଚିତ୍ରରେ ଥ‌ିବା ଗାରମାନଙ୍କ ମଧ୍ୟରୁ କେଉଁଗୁଡ଼ିକ ସରଳରେଖା ଓ କେଉଁଗୁଡ଼ିକ ବକ୍ରରେଖା ଚିହ୍ନାଅ ।



ଲକ୍ଷ୍ୟ କର : ଚିତ୍ର ‘ଙ’ ରେ ଥ‌ିବା ରେଖାଟି ବହିର ପୃଷ୍ଠାକୁ ଦୁଇଟି ଭାଗରେ ପରିଣତ କରିଛି ଓ ଭାଗ ଦୁଇଟିକୁ ‘ପ’ ଓ ‘ଫ’ ଦ୍ଵାରା ଚିହ୍ନିତ କରାଯାଇଛି । ପ୍ରତ୍ୟେକ ଭାଗକୁ ରେଖାର ଗୋଟିଏ ପାର୍ଶ୍ବ ବୋଲି କୁହାଯାଏ।
ସମାଧାନ:
ଦତ୍ତ ଚିତ୍ର ମଧ୍ୟରୁ କ ଓ ଘ – ବକ୍ରରେଖା ଖ, ଗ ଓ ଙ – ସରଳରେଖା

5.ତୁମ ଖାତାରେ ଗୋଟିଏ ବିନ୍ଦୁ ଚିହ୍ନିତ କର ଓ ତା’ ମଧ୍ୟଦେଇ ସାତଟି ସରଳରେଖା ଅଙ୍କନ କର । ସେହି ବିନ୍ଦୁ ମଧ୍ୟ ଦେଇ ଆଉ କେତୋଟି ସରଳରେଖା ଅଙ୍କନ କରିପାରିବ ?
ସମାଧାନ:



(i) ଖାତା ଉପରେ ଠ ବିନ୍ଦୁଦେଇ ସାତଟି ସରଳରେଖା ଅଙ୍କନ କର ।
(ii) ସେହି ବିନ୍ଦୁମଧ୍ୟଦେଇ ଅସଂଖ୍ୟ ସରଳରେଖା ଅଙ୍କନ କରାଯାଇପାରିବ ।

 6.ତୁମ ଖାତାରେ A ଓ B ନାମକ ଦୁଇଟି ବିନ୍ଦୁ ନିଅ ଓ ଉଭୟ ବିନ୍ଦୁକୁ ଧାରଣ କରୁଥିବା ସରଳରେଖା ଅଙ୍କନ କର। ଏପରି କେତୋଟି ସରଳରେଖା ଅଙ୍କନ କରିପାରିବ?

ସମାଧାନ:
A ଓ B ଦୁଇଟି ବିନ୍ଦୁ ନିଆଗଲା । A ଓ B ବିନ୍ଦୁରେ AB ଅଙ୍କନ କରାଗଲା । ଏହିପରି ଗୋଟିଏ ସରଳରେଖା ଅଙ୍କନ ହୋଇପାରିବ ।
A ଓ B ମଧ୍ୟଦେଇ AB ଭିନ୍ନ ଅନ୍ୟ ସରଳରେଖା ଅଙ୍କନ ସମ୍ଭବ ନୁହେଁ ।

7.(କ) ସାଧାରଣ ବିନ୍ଦୁ ଥବା ଦୁଇଟି ସରଳ ରେଖା ଅଙ୍କନ କର ସେହି ଦୁଇ ସରଳରେଖାକୁ ନାମକରଣ କର। ସାଧାରଣ ବିନ୍ଦୁର ନାମ P ଦିଅ ।
ସମାଧାନ:



AB ଓ AB ଦୁଇଟି ପରସ୍ପର ଛେଦୀ ସରଳରେଖା । ସରଳରେଖାଦ୍ବୟର ସାଧାରଣ ବିନ୍ଦୁ P ।

(ଖ) ତୁମ ଖାତା ଉପରେ ଯେ କୌଣସି ସାତଟି ବିନ୍ଦୁ ନିଅ। ସେଗୁଡ଼ିକର ନାମ ଦିଅ। ସେଗୁଡିକ ଏକରେଖୀ ହେଉଛନ୍ତି କି? କିପରି ଜାଣିଲ?
ସମାଧାନ:



ଏହି ବିନ୍ଦୁମାନ ଏକରେଖା ଉପରିସ୍ଥ ନୁହଁନ୍ତି । ଏମାନେ ଅଣରେଖୀୟ ବିନ୍ଦୁ ।

8.ଗୋଟିଏ ସମତଳରେ ଥିବା ତିନୋଟି ସରଳରେଖା ପରସ୍ପରକୁ ଅତି କମ୍‌ରେ କେତୋଟି ବିନ୍ଦୁରେ ଛେଦ କରିବେ? ଅତି ବେଶିରେ କେତୋଟି ବିନ୍ଦୁରେ ଛେଦ କରିବେ?
ସମାଧାନ:
(i) ଗୋଟିଏ ସମତଳରେ ଥ‌ିବା ତିନୋଟି ସରଳରେଖା ପରସ୍ପରକୁ ଅତିକମ୍‌ରେ ଗୋଟିଏ ବିନ୍ଦୁରେ ଛେଦ କରିବେ । (ଚିତ୍ର ‘କ’ ଓ ଚିତ୍ର ‘ଖ’)



(ii)


ଗୋଟିଏ ସମତଳରେ ଥ‌ିବା ତିନୋଟି ସରଳରେଖା ପରସ୍ପରକୁ ଅତିବେଶିରେ ତିନୋଟି ବିନ୍ଦୁରେ ଛେଦ କରିବେ । (ଚିତ୍ର ‘ଗ’)

 9.ସ୍କେଲ୍ ବ୍ୟବହାର କରି ଦୁଇଟି ସରଳରେଖା ଅଙ୍କନ କର, ଯେପରି ସରଳରେଖା ଦ୍ଵୟ ସମାନ୍ତର ହେବେ ।
ସମାଧାନ:



AB ଓ CD ପରସ୍ପର ସମାନ୍ତର ।

10. ନିମ୍ନସ୍ଥ ବାକ୍ୟମାନଙ୍କ ମଧ୍ୟରୁ ଠିକ୍ ବାକ୍ୟଗୁଡ଼ିକୁ ବାଛି ଲେଖ ।
(କ) ‘ରେଖା’ କହିଲେ ଆମେ କେବଳ ‘ସରଳରେଖା’କୁ ବୁଝୁ ।
(ଖ) ଗୋଟିଏ ବିନ୍ଦୁ ମଧ୍ୟ ଦେଇ ଅସଂଖ୍ୟ ସରଳରେଖା ଅଙ୍କନ କରାଯାଇପାରିବ ।
(ଗ) ଏକ ସମତଳରେ ଅବସ୍ଥିତ ଦୁଇଟି ବିନ୍ଦୁ ମଧ୍ୟଦେଇ ଅସଂଖ୍ୟ ସରଳରେଖା ଅଙ୍କନ କରାଯାଇପାରିବ । 
(ଘ) ଏକ ସମତଳ ଉପରିସ୍ଥ ଗୋଟିଏ ବିନ୍ଦୁଦେଇ ମାତ୍ର ଗୋଟିଏ ସରଳରେଖା ଅଙ୍କନ କରାଯାଇପାରିବ । 
(ଙ) ଏକ ସମତଳରେ ଥ‌ିବା ଦୁଇଟି ବିନ୍ଦୁକୁ ଧାରଣ କରୁଥିବା ଗୋଟିଏ ମାତ୍ର ସରଳରେଖା ଅଙ୍କନ ସମ୍ଭବ । 
(ଚ) ଏକ ସମତଳ ଉପରିସ୍ଥ ଦୁଇଟି ଅସମାନ୍ତର ସରଳରେଖା ପରସ୍ପରକୁ ଗୋଟିଏ ମାତ୍ର ବିନ୍ଦୁରେ ଛେଦ କରନ୍ତି । 
(ଛ) ଦୁଇଟି ସମାନ୍ତର ସରଳରେଖାର କୌଣସି ଛେଦବିନ୍ଦୁ ନାହିଁ ।

ସମାଧାନ:
(), (), (), (), (ବାକ୍ୟଗୁଡ଼ିକ ଠିକ୍ ।

Post a Comment

0 Comments