BSE Odisha Class 6 Science Solutions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

 

BSE Odisha Class 6 Science Solutions 

Chapter 4 

ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

 1.କେଉଁ ଶବ୍ଦଟି ସେହି ଶ୍ରେଣୀ ପାଇଁ ଉପଯୁକ୍ତ ନୁହେଁ ଚିହ୍ନାଅ ।
(କ) ଝୋଟ, ତୁଳା, ପଲିଷ୍ଟର, ପଶ୍ଚିମ

ଉ –ପଲିଷ୍ଟର

(ଖ) ତୁଳା, ଝୋଟ, ପଶମ, ନଳିତା

ଉ  ନଳିତା
(ଗ) ତୁଳା, ରେଶମ, ପଶମ, ନଡ଼ିଆକତା

ଉ  ନଡ଼ିଆକତା

2.ତଳେ ଦିଆଯାଇଥ‌ିବା ଶବ୍ଦଦ୍ଵୟ ମଧ୍ୟରେ ଥିବା ଗୋଟିଏ ସାମଞ୍ଜସ୍ୟ ଓ ଗୋଟିଏ ପାର୍ଥକ୍ୟ ଲେଖ ।
(କ) ରେଶମ ଓ ପଶ୍ଚିମ

ଉ 
(i) ରେଶମ ଓ ପଶମ ଉଭୟ ତନ୍ତୁ ପ୍ରାଣୀଠାରୁ ମିଳିଥାଏ ।
(ii) ରେଶମ ପୋକ ତିଆରି କରୁଥିବା କୋଷାରୁ ରେଶମ ତନ୍ତୁ ବାହାରେ; କିନ୍ତୁ ପଶମ ମୁଖ୍ୟତଃ ମେଣ୍ଢା ଲୋମରୁ ମିଳିବା ସଙ୍ଗେ ସଙ୍ଗେ ଛେଳି ଓ ଚମରୀ ଗାଈ ଲୋମରୁ ମଧ୍ୟ ମିଳିଥାଏ ।
(ଖ) ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ

(i) ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ ଉଭୟରୁ ପୋଷାକ ତିଆରି ହୁଏ ।
(ii) ତୁଳା, ଝୋଟ, ରେଶମ ଓ ପଶମ ଆଦି ପ୍ରାକୃତିକ ତନ୍ତୁ ସାଧାରଣତଃ ଉଭିଦ ଓ ପ୍ରାଣୀଙ୍କଠାରୁ ମିଳିଥାଏ; କିନ୍ତୁ ନାଇଲନ୍, ପଲିଷ୍ଟର, ଟେରିଲିନ୍ ଆଦି କୃତ୍ରିମ ତନ୍ତୁ ରାସାୟନିକ ପଦାର୍ଥରୁ ତିଆରି ହୋଇଥାଏ ।

 3.କାରଣ କ’ ଣ ?
(କ) ପଶ୍ଚିମବଙ୍ଗରେ ଅଧୂକ ନଳିତା ଚାଷ କରାଯାଏ ।

ପଟୁମାଟିରେ ନଳିତା ଚାଷ କରାଯାଏ । ପଶ୍ଚିମବଙ୍ଗର ମୁଭିକା ପଟୁମାଟି ଶ୍ରେଣୀର । ତେଣୁ ପଶ୍ଚିମବଙ୍ଗରେ ଅଧ୍ଵକ ନଳିତା ଚାଷ କରାଯାଏ ।

(ଖ) ସୁରଟରେ ବହୁତ ଲୁଗାକଳ ଅଛି ।

 ଗୁଜରାଟର କୃଷ୍ଣ କାର୍ପାସ ମୃତ୍ତିକା ଓ ଉଷ୍ମ ଜଳବାୟୁ କପାଚାଷ ପାଇଁ ଉପଯୁକ୍ତ ଅଟେ, ଫଳରେ ଗୁଜରାଟରେ ଅଧ୍ଵ କପାଚାଷ କରାଯାଏ । ତେଣୁ ସୁରଟରେ ବହୁତ ଲୁଗାକଳ ଅଛି ।

 4.ପ୍ରତ୍ୟେକର ଦୁଇଟି ବ୍ୟବହାର ଲେଖ ।
(କ) ନଡ଼ିଆ ତନ୍ତୁ

(i) ନଡ଼ିଆ ତନ୍ତୁରୁ ଦଉଡ଼ି, ରସି ତିଆରି ହୁଏ ।
(ii) ନଡ଼ିଆ ତନ୍ତୁରୁ ପାପୋଛ ତିଆରି ହୁଏ ।
(ଖ) ଶିମିଳି ତୁଳା

(i) ଶିମିଳି ତୁଳାରେ ତକିଆ ତିଆରି ହୁଏ ।
(ii) ଶିମିଳି ତୁଳାରେ ରେଜେଇ ତିଆରି ହୁଏ ।
(ଗ) ଝୋଟ

(i) ଝୋଟରୁ ଦଉଡ଼ି ଆଦି ତିଆରି ହୁଏ ।

(ii) ଝୋଟରୁ ଅଖା ବା ବସ୍ତା ତିଆରି ହୁଏ ।

5.ଶୂନ୍ୟସ୍ଥାନ ପୂରଣ କର ।
(କ) ଝୋଟ …………. ଗଛର ବକଳ ।
(ଖ) ଶିମିଳି ଗଛର ତୁଳା …………. ରେ ଉଡ଼ିଯାଏ ।
(ଗ) ନାଇଲନ୍ ଗୋଟିଏ …………… ତନ୍ତୁ ।
(ଘ) ରେଶମ ପୋକର ………….. ରୁ ରେଶମ ମିଳେ ।

ଉ :
(କ) ନଳିତା
(ଖ) ପବନ
(ଗ) କୃତ୍ରିମ
(ଘ) କୋଷା ।

 6.ଶୀତଦିନେ ବ୍ୟବହାର ହେଉଥିବା ସ୍ଟ୍ରେଟର ଓ ଖରାଦିନେ ସାଧାରଣତଃ ବ୍ୟବହୃତ ହେଉଥିବା ସାର୍ଟ ଯେଉଁ ଯେଉଁ ତନ୍ତୁରେ ତିଆରି ସେମାନଙ୍କ ମଧ୍ୟରେ ଦୁଇଟି ପାର୍ଥକ୍ୟ ଲେଖ ।
ଉ :
ଶୀତଦିନେ ବ୍ୟବହାର ହେଉଥିବା ସ୍ଟ୍ରେଟର ପଶମ ତନ୍ତୁରୁ ତିଆରି ହୁଏ ଓ ଖରାଦିନେ ସାଧାରଣତଃ ବ୍ୟବହାର ହେଉଥ‌ିବା ସାର୍ଟ ତୁଳା ତନ୍ତୁରୁ ତିଆରି ହୁଏ ।

ପଶମ ଓ ତୁଳା ମଧ୍ୟରେ ପାର୍ଥକ୍ୟ






Post a Comment

0 Comments