BSE Odisha Class 6 Geography Solutions Chapter 6(g) ଅଷ୍ଟ୍ରେଲିଆ

 

BSE Odisha Class 6 Geography Solutions 

Chapter 6(g)

 ଅଷ୍ଟ୍ରେଲିଆ

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ।

(କ) ଅଷ୍ଟ୍ରେଲିଆ ମହାଦେଶ କେଉଁ ଅକ୍ଷାଂଶ ଓ ଦ୍ରାଘିମାରେଖା ମଧ୍ଯରେ ଅବସ୍ଥିତ ଲେଖ।
ଅଷ୍ଟ୍ରେଲିଆ ମହାଦେଶ ୧୦ ଡିଗ୍ରୀ ୪୧ ମିନିଟ୍ ଦକ୍ଷିଣ ଅକ୍ଷାଂଶ ଓ ୪୩ ଡିଗ୍ରୀ ୩୯ ମିନିଟ୍ ଦକ୍ଷିଣ ଅକ୍ଷାଂଶ ଏବଂ ୧୧୩ ଡିଗ୍ରୀ ୯ ମିନିଟ୍ ପୂର୍ବ ଦ୍ରାଘିମା ଓ ୧୫୬ ଡିଗ୍ରୀ ୩୯ ମିନିଟ୍ ପୂର୍ବ ଦ୍ରାଘିମା ମଧ୍ଯରେ ଅବସ୍ଥିତ।

(ଖ) ବୃହତ୍ ପ୍ରବାଳ ପ୍ରାଚୀର ଅଷ୍ଟ୍ରେଲିଆର କେଉଁଠି ଅଛି ?

ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ସ୍ଥଳଭାଗରୁ ପ୍ରାୟ ୩୦ କି.ମି. ଦୂରରେ ପ୍ରଶାନ୍ତ ମହାସାଗର ମଧ୍ଯରେ ପୃଥ‌ିବୀର ବୃହତ୍ ପ୍ରବାଳ ପ୍ରାଚୀର ରହିଛି।

(ଗ) ଅଷ୍ଟ୍ରେଲିଆର ତିନୋଟି ବିଚିତ୍ର ପ୍ରାଣୀଙ୍କର ନାମ ଲେଖ।

ଅଷ୍ଟ୍ରେଲିଆର ତିନୋଟି ବିଚିତ୍ର ପ୍ରାଣୀଙ୍କର ନାମ ହେଲା – କଙ୍ଗାରୁ, କୋଆଲା ଓ ପ୍ଲାଟିପସ୍।

(ଘ) ଅନ୍ତଃସ୍ଥଳୀୟ ନଦୀ କହିଲେ କ’ଣ ବୁଝାଯାଏ?
Answer:
ଯେଉଁ ନଦୀ ସମୁଦ୍ରରେ ନ ପଡ଼ି ତା’ର ଗତିପଥରେ ଥିବା କୌଣସି ହ୍ରଦରେ ପଡ଼ିଥାଏ ବା ସମୁଦ୍ର ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ ତାହାକୁ ଅନ୍ତଃସ୍ଥଳୀୟ ନଦୀ କୁହାଯାଏ।

୨। ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ।

(କ) ଅଷ୍ଟ୍ରେଲିଆ ମହାଦେଶକୁ କେତୋଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଛି ? ସେଗୁଡ଼ିକର ନାମ ଲେଖ।

ଅଷ୍ଟ୍ରେଲିଆ ମହାଦେଶକୁ ତିନୋଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା –
(୧) ପଶ୍ଚିମ ଭାଗର ମାଳଭୂମି
(୨) ମଧ୍ୟଭାଗର ସମତଳ ଭୂମି
(୩) ପୂର୍ବଭାଗର ଉଚ୍ଚଭୂମି

(ଖ) ଅଷ୍ଟ୍ରେଲିଆର ତୃଣଭୂମିକୁ କ’ଣ କୁହାଯାଏ ?

ଅଷ୍ଟ୍ରେଲିଆର ତୃଣଭୂମିକୁ ‘ଡାଉନ୍ସ’ କୁହାଯାଏ।

(ଗ) ଅଷ୍ଟ୍ରେଲିଆର ଚାରୋଟି ବଡ଼ ବଡ଼ ସହରର ନାମ ଲେଖ।

ଅଷ୍ଟ୍ରେଲିଆର ଚାରୋଟି ବଡ଼ ବଡ଼ ସହରର ନାମ ହେଲା – ସିଡ୍‌ନି, ମେଲବୋର୍ଡ଼, ପର୍ଥ ଓ କାବେରା।

(ଘ) ଅଷ୍ଟ୍ରେଲିଆ କେଉଁ ବୃକ୍ଷ ପାଇଁ ପ୍ରସିଦ୍ଧ ?

ଅଷ୍ଟ୍ରେଲିଆ ଇଉକାଲିପଟାସ ବୃକ୍ଷପାଇଁ ପ୍ରସିଦ୍ଧ।

୩। ଉତ୍ତର ଦିଅ।

(କ) ଅଷ୍ଟ୍ରେଲିଆ ଲୋକେ କାହିଁକି ଗ୍ରୀଷ୍ମ ଋତୁରେ ‘ବଡ଼ଦିନ’ ପାଳନ କରନ୍ତି ?
(୧) ଅଷ୍ଟ୍ରେଲିଆ ମହାଦେଶ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ। ତେଣୁ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ଦେଶଗୁଡ଼ିକର ଶୀତଋତୁ ହୋଇଥିବାବେଳେ ଅଷ୍ଟ୍ରେଲିଆରେ ଗ୍ରୀଷ୍ମଋତୁ ହୋଇଥାଏ।
(୨) ‘ବଡ଼ଦିନ’ ଡିସେମ୍ବର ମାସରେ ପଡ଼ିଥାଏ। ସେତେବେଳେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁ ହୋଇଥାଏ ଏବଂ ଅଷ୍ଟ୍ରେଲିଆରେ ଗ୍ରୀଷ୍ମଋତୁ ହୋଇଥାଏ। ତେଣୁ ଅଷ୍ଟ୍ରେଲିଆ ଲୋକେ ଗ୍ରୀଷ୍ମଋତୁରେ ‘ବଡ଼ଦିନ’ ପାଳନ କରନ୍ତି।

(ଖ) ଅଷ୍ଟ୍ରେଲିଆର ଜୀବଜନ୍ତୁ ଅନ୍ୟ ମହାଦେଶରେ ଥ‌ିବା ଜୀବଜନ୍ତୁ ମାନଙ୍କଠାରୁ କାହିଁକି ଭିନ୍ନ?

ଅଷ୍ଟ୍ରେଲିଆ ମହାଦେଶ ବହୁକାଳ ଧରି ପୃଥ‌ିବୀର ଅନ୍ୟ ଭୂଖଣ୍ଡଠାରୁ ବିଚ୍ଛିନ୍ନ ରହିବାଦ୍ୱାର ଏହାର ଉଭିଦ ଓ ଜୀବଜନ୍ତୁ ଅନ୍ୟ ମହାଦେଶଗୁଡ଼ିକଠାରୁ ଭିନ୍ନ ଅଟନ୍ତି।

(ଗ) ଏହି ମହାଦେଶକୁ ଦ୍ବୀପ ମହାଦେଶ କାହିଁକି କୁହାଯାଏ ?

ଅଷ୍ଟ୍ରେଲିଆ ମହାଦେଶର ଚତୁର୍ଦ୍ଦିଗରେ ଜଳରାଶି ଘେରି ରହିଥ‌ିବାରୁ ଏହାକୁ ଦ୍ବୀପ ମହାଦେଶ କୁହାଯାଏ।

Post a Comment

0 Comments