BSE Odisha 6th Class Geography Solutions Chapter 6(a) ଏସିଆ

 

BSE Odisha 6th Class Geography Solutions

Chapter 6(a) 


ଏସିଆ

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ।
(କ) ପୃଥ‌ିବୀର ବୃହତ୍ତମ ପର୍ବତଶ୍ରେଣୀର ନାମ କ’ଣ ?
Answer:
ପୃଥ‌ିବୀର ବୃହତ୍ତମ ପର୍ବତଶ୍ରେଣୀର ନାମ ହେଲା ହିମାଳୟ ପର୍ବତଶ୍ରେଣୀ।



(ଖ) ପୃଥ‌ିବୀର ଉଚ୍ଚତମ ଶୃଙ୍ଗର ନାମ ଲେଖ।
Answer:
ଏଭେରେଷ୍ଟ ପୃଥ‌ିବୀର ଉଚ୍ଚତମ ଶୃଙ୍ଗ।



(ଗ) କେଉଁ ଜଳପଥ ଏସିଆ ମହାଦେଶକୁ ଆଫ୍ରିକାଠାରୁ ଅଲଗା କରୁଅଛି ?
Answer:
ସୁଏଜ କେନାଲ ଏସିଆ ମହାଦେଶକୁ ଆଫ୍ରିକାଠାରୁ ଅଲଗା କରୁଅଛି।



(ଘ) ଏସିଆ ମହାଦେଶର ଦକ୍ଷିଣରେ କେଉଁ ମହାସାଗର ଅବସ୍ଥିତ ?
Answer:
ଏସିଆ ମହାଦେଶର ଦକ୍ଷିଣରେ ଭାରତ ମହାସାଗର ଅବସ୍ଥିତ।

(ଙ) କେଉଁ ମାଳଭୂମିକୁ ପୃଥ‌ିବୀର ଛାତ କୁହାଯାଏ ?
Answer:
ପାମିର ମାଳଭୂମିକୁ ପୃଥ‌ିବୀର ଛାତ କୁହାଯାଏ।



୨। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।

(କ) ଏସିଆ ମହାଦେଶର ପଶ୍ଚିମରେ __________ ମହାଦେଶ ଅବସ୍ଥିତ।
(ଆଫ୍ରିକା, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ଇଉରୋପ )
Answer:
ଇଉରୋପ

(ଖ) ଏସିଆର ତୃଣଭୂମିକୁ _________ କୁହାଯାଏ।
(ଷ୍ଟେପୀ, ପ୍ରେରୀ, ପମ୍ପାସ, କାସ)
Answer:
ଷ୍ଟେପୀ

(ଗ) ତୃହାଞ୍ଚଲ୍ଲରେ_____________ ପ୍ରାଣୀ ବାସ କରେ।
(ବାଘ, ବଲ୍‌ଗାହରିଣ, ମାଙ୍କଡ଼, ସିଂହ)
Answer:
ବଲ୍‌ଗାହରିଣ

(ଘ) ମରୁଭୂମି ଅଞ୍ଚଳରେ _________ ଉଦ୍ଭିଦ ମିଳେ।
(ବାଉଁଶ, ବେତ, ସିଝୁ, ଶାଳ)
Answer:
ସିଝୁ

(ଙ) ପାହାଡ଼ିଆ ଅଞ୍ଚଳରେ ___________ ଦେଖିବାକୁ ମିଳେ।
(ଓଟ, କାରିଦ୍ର୍ୟ, ୟାକ୍, ବଲ୍‌ଗାହରିଣ )
Answer:
ୟାକ୍

୩ । ଏସିଆ ମହାଦେଶକୁ ଏକ ବୈଚିତ୍ରମୟ ମହାଦେଶ କୁହାଯାଏ କାହିଁକି ?
Answer:
(i)  ବିଭିନ୍ନ ଭୌଗୋଳିକ କାରଣ ଯୋଗୁଁ ଅତ୍ୟଧିକ ତାପମାତ୍ରା, ଅଧ‌ିକ ବୃଷ୍ଟି, ନିମ୍ନ ତାପମାତ୍ରା, ବୃଷ୍ଟିହୀନ ଅଞ୍ଚଳ ଇତ୍ୟାଦି ଏସିଆ ମହାଦେଶର ବିଭିନ୍ନ ଅଂଶରେ ଦେଖାଯାଇଥାଏ।
(ii)  ବିଭିନ୍ନ ଧର୍ମାବଲମ୍ବୀ, ବିଭିନ୍ନ ଭାଷାଭାଷୀ ଓ ବେଶପୋଷାକ ପିନ୍ଧୁଥିବା ଲୋକ ଏସିଆ ମହାଦେଶରେ ବାସ କରିଥା’ନ୍ତି । ତେଣୁ ଏସିଆକୁ ଏକ ବୈଚିତ୍ରମୟ ମହାଦେଶ କୁହାଯାଏ।

Post a Comment

0 Comments