BSE Odisha 6th Class Geography Solutions
Chapter 4
ପୃଥିବୀର ଗତି
୧। ନିମ୍ନଲିଖତ ବାକ୍ୟଗୁଡ଼ିକରେ ଥିବା ଶୂନ୍ୟସ୍ଥାନ ପୂରଣ କର।
(କ) ବିଷୁବ ବୃତ୍ତଠାରେ ପୃଥିବୀର ଆବର୍ତ୍ତନର ବେଗ ଘଣ୍ଟା ପ୍ରତି 1770 କିଲୋମିଟର।
(ଖ) ପୃଥିବୀର ଦୁଇମେରୁଠାରେ ଆବର୍ତ୍ତନର ବେଗ ଘଣ୍ଟାକୁ ଶୂନ କି,ମି.।
(ଗ) ପୃଥିବୀର ଅକ୍ଷ ତା’ର କକ୍ଷ ତଳ ସହିତ ୬୬ ୧/୨ ଡିଗ୍ରୀ କୋଣ କରି ଆନତ ଥାଏ।
(ଘ) ସାଧାରଣତଃ ଦୁଇଟି ଅଧ୍ବବର୍ଷ ମଧ୍ୟରେ ବ୍ୟବଧାନ ୪ ବର୍ଷ ବର୍ଷ ଅଟେ।
୨। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ।
(କ) ପୃଥିବୀର କେତେ ପ୍ରକାର ଗତି ଅଛି ଓ ସେଗୁଡ଼ିକ କ’ଣ କ’ଣ?
ଉ :
ପୃଥିବୀର ଦୁଇ ପ୍ରକାର ଗତି ଅଛି । ସେଗୁଡ଼ିକ ହେଉଛି– ଆବର୍ତ୍ତନ ବା ଦୈନିକ ଗତି ଓ ପରିକ୍ରମଣ ବା ବାର୍ଷିକ ଗତି।
(ଖ) ପୃଥିବୀର ଆବର୍ତ୍ତନର ବେଗ ଭୂପୃଷ୍ଠର କେଉଁଠାରେ ସର୍ବାଧିକ ଓ କାହିଁକି ?
ଉ :
ପୃଥିବୀର ଆବର୍ତ୍ତନର ବେଗ ବିଷୁବବୃତ୍ତଠାରେ ସର୍ବାଧିକ, କାରଣ ବିଷୁବ ବୃତ୍ତର ପରିସ୍ ସବୁଠାରୁ ଅଧିକ । ତେଣୁ ଏହା ସେଠାରେ ସର୍ବାଧିକ ବେଗରେ ଆବର୍ତ୍ତନ କରିଥାଏ।
(ଗ) ପୃଥିବୀର ଆବର୍ତ୍ତନର ବେଗ ଖୁବ୍ ଅର୍ଧ ହୋଇଥିଲେ ମଧ୍ୟ ଆମେ କାହିଁକି ତାହା ଅନୁଭବ କରିପାରୁନାହିଁ ?
ଉ :
ପୃଥିବୀ ଅଧ୍ବକ ବେଗରେ ଗତି କରୁଥିଲେ ମଧ୍ୟ ତାହା ଆମକୁ ଜଣାପଡ଼େ ନାହିଁ । କାରଣ, ପୃଥିବୀର ଆକାର ବହୁତ ବଡ଼ । ତା’ର ଆୟତନ ତୁଳନାରେ ଆମର ସ୍ଥିତି ଏକ ଗ୍ଲୋବ୍ରେ ସାମାନ୍ୟ ବିନ୍ଦୁ ସଦୃଶ। ତେଣୁ ଆମେ ପୃଥିବୀର ଆବର୍ତ୍ତନର ବେଗ ଖୁବ୍ ଅଧିକ ହୋଇଥିଲେ ମଧ୍ୟ ତାହା ଅନୁଭବ କରିପାରୁନାହୁଁ ।
(ଘ) ପୃଥବୀର ଆବର୍ତ୍ତନର ବେଗ କେଉଁଠାରେ ସର୍ବନିମ୍ନ ଓ କାହିଁକି ?
ଉ :
ମେରୁଠାରେ ପୃଥିବୀର ଆବର୍ତ୍ତନର ବେଗ ସର୍ବନିମ୍ନ ହୋଇଥାଏ। କାରଣ ଆବର୍ତ୍ତନ ସମୟରେ ଏହାର ମେରୁ ଦୁଇଟି ସ୍ଥିର ରହିଥାଏ।
(ଙ) ପୃଥିବୀର ପରିକ୍ରମଣକୁ କାହିଁକି ତା’ର ବାର୍ଷିକ ଗତି ବୋଲି କୁହାଯାଏ ?
ଉ :
ପୃଥିବୀର ପରିକ୍ରମଣ ଗତି ଫଳରେ ବର୍ଷ ସଂଘଟିତ ହେଉଥିବାରୁ ଏହା ପୃଥିବୀର ବାର୍ଷିକ ଗତି ବୋଲି ମଧ୍ୟ କୁହାଯାଏ।
୩। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର୍ ଉତ୍ତର ଲେଖ ।
(କ) ପୃଥିବୀର ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ବର୍ଷର କେଉଁ କେଉଁ ସମୟରେ କିପରି ସଂଘଟିତ ହୁଏ ଚିତ୍ର ସହ ବୁଝାଇ ଲେଖ।
ପୃଥିବୀର ପରିକ୍ରମଣ ଗତ୍ର ପରିବୀର୍ତ୍ତନ
(୧) ଜୁନ୍ ମାସ ୨୧ ତାରିଖ ବେଳକୁ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇ ରହିଥାଏ। ଏହି ଦିନ କର୍କଟ କ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବରେ ପଡ଼ିଥାଏ। ଏହି ଦିବସକୁ ଗ୍ରୀଷ୍ମ ଅୟନାନ୍ତ ଦିବସ କୁହାଯାଏ। ସେତେବେଳେ ଉତ୍ତର ଗୋଲାର୍ଦ୍ଧରେ ତାପମାତ୍ରା ଅଧିକ ହୋଇଥାଏ। ତେଣୁ ସେଠାରେ ଗ୍ରୀଷ୍ମଋତୁ ହୋଇଥାଏ।
(୨) ଠିକ୍ ସେହିପରି ଡିସେମ୍ବର ୨୨ ତାରିଖ ବେଳକୁ ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇ ରହିଥାଏ ଏବଂ ମକରକ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବରେ ପଡ଼ିଥାଏ। ତେଣୁ ସେଠାରେ ତାପମାତ୍ର ଅଧୂକ ହୁଏ ଏବଂ ଗ୍ରୀଷ୍ମଋତୁ ହୋଇଥାଏ।
(ଖ) ପୃଥିବୀରେ ଦିନରାତି କିପରି ସଂଘଟିତ ହୁଏ ଚିତ୍ର ସହ ବୁଝାଇ ଲେଖ।
ଉ :
(୧) ଆବର୍ତ୍ତନ ଫଳରେ ପୃଥିବୀର ପୃଷ୍ଠଭାଗରେ ଥିବା ପ୍ରତ୍ୟେକ ସ୍ଥାନ ଦିନର ୨୪ ଘଣ୍ଟାରୁ ପ୍ରାୟ ୧୨ ଘଣ୍ଟା ପାଇଁ ଆଲୋକିତ ଅକ୍ଷାଂଶରେ ଓ ଅବଶିଷ୍ଟ ୧୨ ଘଣ୍ଟା ପାଇଁ ଅନ୍ଧକାର ଅକ୍ଷାଂଶରେ ରହେ। ଏହି ଦୁଇ ଅକ୍ଷାଂଶର ସନ୍ଧିସ୍ଥଳରେ ସୃଷ୍ଟି ହେଉଥିବା ବୃତ୍ତାକାର ଆଲୋକ ବଳୟକୁ ଆଲୋକ ବୃତ୍ତ କୁହାଯାଏ।
(୨) ଆବର୍ତ୍ତନ ସମୟରେ ପୃଥିବୀର ପ୍ରତ୍ୟେକ ଦ୍ରାଘିମା ଓ ତାହା ଉପରିସ୍ଥ ପ୍ରତ୍ୟେକ ସ୍ଥାନ ପ୍ରତିଦିନ ଦୁଇଥର ପାଇଁ ଆଲୋକ ବୃତ୍ତକୁ ଅତିକ୍ରମ କରିଥାଏ।
(୩) ଯେତେବେଳେ ସଂପୃକ୍ତ ଦ୍ରାଘିମା ରେଖାଟି ପୃଥିବୀର ଅନ୍ଧକାର ଅକ୍ଷାଂଶ ପରିତ୍ୟାଗ କରି ଆଲୋକିତ ଅକ୍ଷାଂଶରେ ପ୍ରବେଶ କରେ ସେତେବେଳେ ସେହି ଦ୍ରାଘିମା ରେଖା ଉପରେ ଅବସ୍ଥିତ ସମସ୍ତ ସ୍ଥାନରେ ସୂର୍ଯ୍ୟୋଦୟ ହୋଇଥାଏ। ଏହା ପୂର୍ବଦିଗରେ ଘଟିଥାଏ।
(୪) ତା’ପରେ ସଂପୃକ୍ତ ଦ୍ରାଘିମାଟି ଆବର୍ତ୍ତନ କ୍ରମରେ ପୂର୍ବ ଦିଗକୁ ଅଧିକରୁ ଅଧ୍ଵ ଅଗ୍ରଗତି କରିବା ହେତୁ ସେହି ଦ୍ରାଘିମା ଉପରିସ୍ଥ ସବୁ ସ୍ଥାନରେ ଦିନ କ୍ରମଶଃ ବଢ଼ି ବଢ଼ି ଚାଲେ । ମଧ୍ୟାହ୍ନ ହେଲେ ଦ୍ରାଘିମାଟି ସିଧାସଳଖ ସୂର୍ଯ୍ୟର ସମ୍ମୁଖୀନ ହୋଇଥାଏ।
(୫) ସୂର୍ଯ୍ୟୋଦୟଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସମୟକୁ ପୂର୍ବାହ୍ନ କୁହାଯାଏ। ମଧ୍ୟାହ୍ନ ପରଠାରୁ ପୃଥିବୀ କ୍ରମଶଃ ଅଧୂକ ପୂର୍ବ ଦିଗକୁ ଗତି କରିବା ଫଳରେ ସେହି ସ୍ଥାନ ଉପରେ ଅପରାହ୍ନ, ସନ୍ଧ୍ୟା, ମଧ୍ୟରାତ୍ରି ଏବଂ ପୁନଃ ସକାଳ ହୋଇଥାଏ। ଏହିପରି ପୃଥିବୀରେ ଦିନରାତି ସଂଘଟିତ ହୁଏ।
(ଗ) ପୃଥିବୀର ଅକ୍ଷଦଣ୍ଡ ତା’ର କକ୍ଷତଳ ସହିତ ଲମ୍ବଭାବରେ ଥିଲେ ଭୂପୃଷ୍ଠରେ କ’ଣ ଘଟନ୍ତା ବୁଝାଇ ଲେଖ ।
ଉ :
ପୃଥିବୀର ଅକ୍ଷଦଣ୍ଡ ତା’ର କକ୍ଷତଳ ସହିତ ଲମ୍ବଭାବରେ ଥିଲେ ଋତୁ ପରିବର୍ତ୍ତନ ସଙ୍ଗଠିତ ହୋଇପାରନ୍ତା ନାହିଁ ଏବଂ ଦିନ ଓ ରାତ୍ରିର ଅବସ୍ରେ ତାରତମ୍ୟ ରହନ୍ତା ନାହିଁ।
୪। ପାର୍ଥକ୍ୟ ଦର୍ଶାଅ :
(କ) ଆବର୍ତ୍ତନ ଓ ପରିକ୍ରମଣ
Answer:
|
|
(୩) ପୃଥିବୀର ଆବର୍ତ୍ତନ ଗତି ଯୋଗୁ ଦିନ ଓ ରାତି ସଙ୍ଗଠିତ ହୁଏ। |
(୩) ପୃଥିବୀର ପରିକ୍ରମଣ ଗତି ଯୋଗୁ ଋତୁ ପରିବର୍ତ୍ତନ ସଙ୍ଗଠିତ ହୁଏ । |
(ଖ) ଗ୍ରୀଷ୍ମ ଅୟନାନ୍ତ ଦିବସ ଓ ଶୀତ ଅୟନାନ୍ତ ଦିବସ
ଉ :
|
|
(୩) ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ହୋଇଥାଏ। |
(୩) ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ। |
୫। ଯଦି ପୃଥିବୀ ନିଜ ମେରୁଦଣ୍ଡ ଚାରିପଟେ ଆବର୍ତ୍ତନ କରୁ ନଥା’ନ୍ତା ତେବେ ଆମେ କି କି ସୁବିଧା ଓ ଅସୁବିଧାର ସମ୍ମୁଖୀନ ହୁଅନ୍ତେ ?
ଉ :
(୧) ପୃଥିବୀ ନିଜ ମେରୁଦଣ୍ଡ ଚାରିପଟେ ଆବର୍ତ୍ତନ କରୁନଥୁଲେ ଦିନ ଓ ରାତି ସଂଘଟିତ ହୁଅନ୍ତା। ନାହିଁ।
(୨) ପୃଥିବୀର ଗୋଟିଏ ପାର୍ଶ୍ଵରେ ସର୍ବଦା ଦିନ ଓ ଅପର ପାର୍ଶ୍ଵରେ ସର୍ବଦା ରାତି ହୋଇଥା’ନ୍ତା। ପୃଥିବୀର ଦିନ ହେଉଥିବା ପାର୍ଶ୍ବରେ ଅତିଶୟ ତାପମାତ୍ରା ଓ ରାତ୍ରି ହେଉଥିବା ଅତିଶୟ ଶୀତଳତା ଯୋଗୁଁ ଜୀବଜଗତ ବଞ୍ଚିବା ସମ୍ଭବ ହୁଅନ୍ତା ନାହିଁ।
(୩) ବାୟୁ ପ୍ରବାହରେ ବାଧା ସୃଷ୍ଟି ହୋଇଥା’ନ୍ତା।
(୪) ଜଳବାୟୁରେ ଗୁରୁତର ପରିବର୍ତ୍ତନ ସଂଘଟିତ ହୋଇଥା’ନ୍ତା।
0 Comments